ଚାକିରି ପାଇଁ ଲବି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟରେ ସରକାରୀ କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କିତ ଘଟଣାକୁଡ଼ିକୁ ନେଇ ଅତିଷ୍ଠ ହୋଇଛି ପ୍ରଶାସନ। ଏଣିକି କୌଣସି କର୍ମଚାରୀ ଯଦି ନିଜର ବା ଅନ୍ୟ କୌଣସି କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କରେ ଲବି କରନ୍ତି ବା ଚାପ ପ୍ରୟୋଗ କରନ୍ତି ତେବେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସମସ୍ତ ବିଭାଗୀୟ ସଚିବମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
ଏହି ଚିଠିରେ ଶ୍ରୀ ଆହୁଜା କହିଛନ୍ତି, ବଦଳି ବା ନିଯୁକ୍ତି ସରକାରଙ୍କ ଆବଶ୍ୟକତାକୁ ଦେଖି କରାଯାଇଥାଏ। ସରକାରୀ କର୍ମଚାରୀମାନେ ନିଜ ପଦବୀର ମର୍ଯ୍ୟାଦା ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା କଥା। କିନ୍ତୁ ଯଦି କୌଣସି କର୍ମଚାରୀ ନିଜର ପଦବୀର ବଦଳି ବା ନିଯୁକ୍ତି ସମ୍ପର୍କରେ ଚାପ ପ୍ରୟୋଗ କରନ୍ତି ତାହା ଓଡ଼ିଶା ସରକାରୀ କର୍ତମଚାରୀ ନିୟମାବଳୀର ଖୋଲା ଉଲ୍ଲଂଘନ ହେବ। ଏଣୁ ଏହି ନିୟମକୁ ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ କହିଛନ୍ତି।
ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ଏହି ନିୟମ ପ୍ରତି ସତର୍କ ରହିବାକୁ କହିଛନ୍ତି ମୁଖ୍ୟ ସଚିବ। ଏଣୁ ପୂର୍ବରୁ ଯେଉଁ ପ୍ରଥା ଚଳି ଆସିଛି ସେଥିରୁ କରର୍ମଚାରୀମାନ କ୍ଷାନ୍ତ ରହିବାକୁ ସେ କହିଛନ୍ତି।