ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍

ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ) ଶୁଭାରମ୍ଭ ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଏକାଧିକ ସହରରେ ହେବାକୁ ଥିବା ଏହି ଟାଲେଣ୍ଟ ହଣ୍ଟ୍ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ଆରମ୍ଭ ହେବ ଏବଂ ଏହା ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟ ଖେଳାଳିଙ୍କ ଚିହ୍ନଟ ଓ ପରିପୋଷଣ କରିବା ଲକ୍ଷ୍ୟ ରଖିଛି । ଏହି ଅନୁସନ୍ଧାନ ପ୍ରକ୍ରିୟା ପାଟନା, ସିଲିଗୁଡି ଏବଂ କୋଲକାତା ସମେତ ପୂର୍ବ ଭାରତର ବୃହତ ସହରଗୁଡିକୁ ମଧ୍ୟ ପରିବ୍ୟାପ୍ତ କରାଯିବ ଏବଂ ବିଶ୍ୱ ଶ୍ରେଣୀର ତାଲିମ ଜରିଆରେ ଆକାଙ୍କ୍ଷୀ ଖେଳାଳିମାନଙ୍କୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ସୁଯୋଗ ଯୋଗାଇ ଦିଆଯିବ ।

ଓଡ଼ିଶା ନିମନ୍ତେ ଟାଲେଣ୍ଟ ଖୋଜିବ କାର୍ଯ୍ୟ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ବିଜେବି ହାଇସ୍କୁଲ ପଡିଆରେ ଆୟୋଜିତ ହେବାକୁ ଯାଉଛି । ଏହି ଏକ ଦିବସୀୟ ଟ୍ରାଏଲ ଉକ୍ତ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ଶ୍ରୀ ବିଶାଲ ଭାଟିଆ (ବିସିସିଆଇ ଲେବଲ ୧ ପ୍ରମାଣିକୃତ କୋଚ ଏବଂ ହେଡ କୋଚ- ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ) ଏବଂ ଶ୍ରୀ ସତ୍ୟେନ୍ଦ୍ର ସିଂ (ବିସିସିଆଇ ଲେବଲ ୨ ପ୍ରମାଣିକୃତ କୋଚ ଏବଂ ହେଡ କୋଚ ୱାଇଏସ୍ସିଇ ଏଟିପି, କୋଲକାତା)ଙ୍କ ଦ୍ୱାରା ପରିଚାଳିତ ହେବ ।
ଓଡ଼ିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର ଆକାଙ୍କ୍ଷୀ କ୍ରିକେଟ ଖେଳାଳିମାନେ ଏଥିରେ ଯୋଗଦେବା ଏବଂ ୱାଇଏସ୍ସିଇ କୋଚମାନଙ୍କ ଦ୍ୱାରା ମନୋନ୍ଥଚ୍ଛ ହେବାର ସୁଯୋଗ ଲାଭ କରିବାକୁ ସ୍ୱାଗତ କରାଯାଉଛି । ମନୋନୀତ ଅଂଶଗ୍ରହଣକାରୀଙ୍କୁ ୱାଇଏସ୍ସିଇର ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ପୂର୍ଣ୍ଣାଙ୍ଗ ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାରେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସର ମର୍ଲିନ ରାଇଜ, କ୍ଲବ ପାଭିଲିଅନରେ ଅନୁଷ୍ଠିତ ହେବାକୁ ଯାଉଛି ।

କ୍ରିକେଟର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଯୁବରାଜ ସିଂଙ୍କ ଦ୍ୱାରା ସ୍ଥାପିତ ୱାଇଏସ୍ସିଇ ପୂର୍ଣ୍ଣାଙ୍ଗ କ୍ରିକେଟ ତାଲିମ ଏବଂ ବିକାଶ ସୁଯୋଗ ଯୋଗାଇଦେବାରେ ଉଦାହରଣ ସୃଷ୍ଟି କରିଛି । ଏହି ପ୍ରତିଭା ମନୋନୟନରୁ ବଛାଯାଉଥିବା ଖେଳାଳିମାନଙ୍କୁ ୱାଇଏସ୍ସିଇ ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ୧୦୦% ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅବସ୍ଥିତ । ଏହି ବୃତ୍ତି ଏହା ସୁନିଶ୍ଚିତ କରୁଛି ଯେ ପୂର୍ବ ଭାରତର ଯୋଗ୍ୟ ଖେଳାଳିମାନେ ସେମାନଙ୍କର ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଅତ୍ୟନ୍ତ ଉଚ୍ଚ ମାନର କୋଚିଂ ସୁବିଧାର ସୁଯୋଗ ଲାଭ କରିପାରିବେ ।
ପୂର୍ବ ଭାରତର ୧୦ରୁ ୧୯ ବର୍ଷ ବୟସର ଯୁବ କ୍ରିକେଟ ଖେଳାଳିକଙ୍କ ନିମନ୍ତେ ସମ୍ପ୍ରତି ପଞ୍ଜିକରଣ ଉନ୍ମୁକ୍ତ ରହିଛି । ଖେଳାଳିମାନେ ପ୍ରତିଭା ଅନ୍ୱେଷଣ ନିମନ୍ତେ http://ysce.clubpavilion.com ରେ ପଞ୍ଜିକରଣ କରିପାରିବେ । ସ୍ଥାନ ସୀମିତ ହୋଇଥିବାରୁ ଶୀଘ୍ର ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଉଛି ।
ଯୁବରାଜ ସିଂ ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭା ଆବିଷ୍କାର କରିବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି: “ପୂର୍ବ ଭାରତ ସମେତ ଭାରତର ସମସ୍ତ ଭାଗରେ କ୍ରିକେଟ ସର୍ବଦା ଗଭୀର ଆକର୍ଷଣ ହୋଇ ରହିଆସିଛି, ଯେଉଁ ଅଞ୍ଚଳ ଅନେକ ପ୍ରତିଭାଧର ଖେଳାଳିଙ୍କୁ ସୃଷ୍ଟି କରିଛି । ଏହି ପ୍ରତିଭା ଅନ୍ୱେଷଣ ସହିତ ଆମର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳର ଆକାଙ୍କ୍ଷୀ କ୍ରିକେଟ ଖେଳାଳିଙ୍କୁ ସେହିଭଳି ଏକ ପ୍ଲାଟଫର୍ମ ଯୋଗାଇଦେବା ଯେଉଁଠାରେ ସେମାନେ ସେମାନଙ୍କର କୋଶଳତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କର ସ୍ୱପ୍ନ ସାକାର କରିବେ । ୱାଇଏସ୍ସିଇରେ ଆମେ ଯୁବ ଖେଳାଳିମାନଙ୍କୁ ସେମାନେ ସେମାନଙ୍କ ଖେଳ ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ଆବଶ୍ୟକ କରୁଥିବା ସାଧନ ଓ ତାଲିମ ଯୋଗାଇଦେବା ଲକ୍ଷ୍ୟ ରଖିଛୁ । ପୂର୍ବ ଭାରତରୁ ସୃଷ୍ଟି ହେଉଥିବା ଏହି ଅନନ୍ୟ ପ୍ରତିଭାମାନଙ୍କୁ ଦେଖିବାକୁ ମୁଁ ବ୍ୟକ୍ତିଗତ ଭାବରେ ଅପେକ୍ଷା ରଖୁଛି ।”

ସକେତ ମୋହତା, ଏମ୍ଡି, ମର୍ଲିନ ଗ୍ରୁପ୍ କହିଛନ୍ତି, “ପୂର୍ବ ଭାରତରେ ମର୍ଲିନ ରାଇଜ, ରାଜାରହାଟ, କୋଲକାତା ଠାରେ କ୍ରିକେଟ ଆଇକନ୍ ଯୁବରାଜ ସିଂଙ୍କ ନେତୃତ୍ୱରେ ପ୍ରଥମ ଏକାଡେମୀ ସ୍ଥାପନ ନିମନ୍ତେ ମର୍ଲିନ ଗ୍ରୁପ୍ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ ସହିତ ସହଭାଗୀତା କରିଛି । ସମଗ୍ର ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କର ପରିପୋଷଣ କରିବା ନିମନ୍ତେ ଆମେ ଏକ ପ୍ରୟାସ ହାତକୁି ନେଇଛୁ । ଓଡ଼ିଶାରେ କ୍ରିକେଟ ପାଇଁ ଦୀର୍ଘକାଳରୁ ଗଭୀର ଭଲପାଇବା ଏବଂ ଆଗ୍ରହ ରହିଛି ଏବଂ ଏହି କ୍ରୀଡା ରାଜ୍ୟର ସାଂସ୍କୃତିକ ରଜ୍ଜୁର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏହି ରାଜ୍ୟ ଅନେକ ପ୍ରତିଭାସମ୍ପନ୍ନ କ୍ରିକେଟ ଖେଳାଳି ସୃଷ୍ଟି କରିଛି ଯେଉଁମାନେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି ଏବଂ ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୋ÷ରବ ଆଣିଦେଇଛନ୍ତି । ଆମେ ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ନେଇ ଭୁବନେଶ୍ୱରରେ ଏକ ସଫଳ ଶିବିର ଆୟୋଜନ ଆଶା ରଖୁଛୁ ଯେଉଁମାନେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସରେ ଉନ୍ନତ ତାଲିମ ଲାଭ କରିବେ । ମର୍ଲିନ ରାଇଜରେ ଆମେ ଯୁବରାଜ ସିଂ ଏବଂ ତାଙ୍କ ଟିମ୍ର ମାର୍ଗଦର୍ଶନରେ କ୍ରିକେଟ ପ୍ରତିଭାମାନଙ୍କୁ ବ୍ୟାପକ ତାଲିମ ପ୍ରଦାନ କାର୍ଯ୍ୟ ଆୟୋଜନ କରିବା ନିମନ୍ତେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ)କୁ ସର୍ବାଧୁନିକ କ୍ରିକେଟ ତାଲିମ ଭିତ୍ତିଭୂମି ଓ ସମର୍ଥନ ଯୋଗାଣ ବ୍ୟବସ୍ଥାର ବିକାଶ କରିଛୁ ।”

Leave a comment