ଶୁଦ୍ଧ, ଦେଶୀ ଓ ଜୈବିକ “ସିଦ୍ଧି ମସଲା” ଉଦଘାଟିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା “ସିଦ୍ଧି ମସଲା” ର ବିଭିନ୍ନ ମସଲା ଦ୍ରବ୍ୟ ଉଦଘାଟିତ ହୋଇଯାଇଛି । ରୋଟାରି କ୍ଲବର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ଓ ସ୍ୱୟଂ ସିଦ୍ଧି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରୀୟ ଶ୍ରମ ଅଧିକାରୀ ଶ୍ରୀ ନାରାୟଣ ତ୍ରିପାଠୀ, ସଂମାନିତ ଅତିଥି ଭାବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀ ଭିଭୂତି ଦାସ, କେନ୍ଦ୍ରୀୟ ଶ୍ରମ କଲ୍ୟାଣ ବିଭାଗ ସଚିବ ଶ୍ରୀ ସଂଜୀବ ବର୍ମା, XIMB ପ୍ରଫେସର ଶ୍ରୀ ଗୋପାଳ କୃଷ୍ଣ ନାୟକ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ ଓ କମଳା କାନ୍ତ ମିଶ୍ର ଯୋଗ ଦେଇଥିଲେ ।

ଉଦଘାଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ମନମୋହନ ଶର୍ମା । ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରତାପ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହ ବିଭିନ୍ନ ଦ୍ରବ୍ୟ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଖାଉଟି ମାନଙ୍କୁ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା ସହ ବିଭିନ୍ନ ଡାଲି ଜାତୀୟ ଦ୍ରବ୍ୟ ଯୋଗେଇବା ଓ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ଭିକରିବା କମ୍ପାନୀ ର ମୁଖ୍ୟ ଲକ୍ଷ୍ୟ ।

Leave a comment