ପାଞ୍ଜି ଦ୍ୱନ୍ଦ, ଜାଣନ୍ତୁ କେଉଁ ଦିନ ପାଳିବେ ପବିତ୍ର ଦୀପାବଳି

0

ପୁଣି ପାଞ୍ଜି ଦ୍ୱନ୍ଦ। କେଉଁ ଦିନ ପାଳିବେ ପବିତ୍ର ଦୀପାବଳି। ବିଭିନ୍ନ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ଥିବା ବେଳେ ଶ୍ରୀମନ୍ଦିରରେ ନଭେମ୍ବର ୧ରେ କାର୍ତ୍ତିକ ଅମାବାସ୍ୟା ଓ ଦୀପାବଳି ବୋଲି ରହିଛି। ତେବେ ଯଦି ଓଡିଶାର ପଞ୍ଜିକାର ମାନେ ମୁକ୍ତିମଣ୍ଡପ ଠାରୁ ସିକୃତି ନେଇ ପାଞ୍ଜି ପ୍ରକାଶନ କରୁଛନ୍ତି ତେବେ ଏଭଳି ଦ୍ୱନ୍ଦ କାହିଁକି ବୋଲି ପ୍ରଶ୍ନ ଉଠୁଛି। ବିଗତ ଦିନ ମାନଙ୍କରେ ରାକ୍ଷୀପୂର୍ଣ୍ଣୀମା, କୁମାରପୂର୍ଣ୍ଣିମା ଓ କାର୍ତ୍ତୀକବ୍ରତ କେଉଁଦିନ ପାଳନ କରିବେ ତାକୁ ନେଇ ଅଡୁଆରେ ପଡିଥିଲେ ସାଧାରଣ ଲୋକ।

ପାଞ୍ଜିକୁ ନେଇ ଦେଖାଦେଇଛି ଦ୍ୱନ୍ଦ। ଯାହା ବିଭିନ୍ନ ପର୍ବପର୍ବାଣୀ ଓ ଅନ୍ୟ ବିଶେଷ ଦିନର ତିଥି, ନକ୍ଷତ୍ରକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଗତବର୍ଷ କେଉଁଦିନ କୁମାରପୂର୍ଣ୍ଣିମା ପାଳନ କରିବେ ଜାଣି ପାରିଲେ ନାହିଁ ଆଉ ଏବର୍ଷ ଦୁର୍ଗାପୂଜାକୁ ନେଇ ଦ୍ୱନ୍ଦ ଉପୁଜିଥିଲା। ଆଉ ଏବେ ଦୀପାବଳିକୁ ନେଇ ଉଠିଛି ସମାନ ପ୍ରଶ୍ନ। କେବେ ପାଳନ ହେବ ଦୀପାବଳି। ଶ୍ରୀମନ୍ଦିତରେ ନଭେମ୍ବର ୧ ତାରିଖରେ ପାଳନ ହେବାକୁ ଥିବା ବେଳେ ଅକ୍ଟୋବର ୩୧ ତାରିଖରେ ତୀପାବଳ ପଡ଼ୁଛି ବୋଲି ବିଭିନ୍ନ ପାଞ୍ଜିରେ ଉଲ୍ଲେଖ ରହିଛି। ଏଭଳି ଦ୍ୱନ୍ଦରେ ପଡି ପେଷି ହୋଇ ଯାଉଛନ୍ତି ସାଧାରଣ ଲୋକ। ତିଥି,ଚନ୍ଦ୍ର ଓ ନକ୍ଷତ୍ର ଆଦି ଗଣତିକୁ ନେଇ ପାଞ୍ଜି ଓ ପଞ୍ଜିକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ସବୁଠାରୁ ବଡ଼କଥା ହେଉଛି, କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ପଡୁଛି। ଏହି ଦିନ ପୟାଶ୍ରାଦ୍ଧ ଦି ପଡୁଛି ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅଲୋଚନ ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ଅଡୁଆରେ ପକାଉଛି। ଶ୍ରୀମନ୍ଦିରରେ ଉଦୟପର୍ବକୁ ନେଇ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ଓ ସେବାୟତ ମାନେ ମତ ରଖିଛନ୍ତି।

ଗଣନାରେ ଏଭଳି ଗୁରୁତର ତ୍ରୁଟି ଯୋଗୁଁ ପାଞ୍ଜି ଓ ପାଞ୍ଜିକାରଙ୍କ ଉପରେ ଆଉ ଭରଷା ରହୁନାହିଁ। ମହାପ୍ରଭୁଙ୍କଠାରେ ପାଞ୍ଜି ପାଠ ହୋଇଥାଏ। ସେହିଦିନର କ”ଣ ତିଥି ଓ ନକ୍ଷତ୍ର ଚାଲିଛି ପାଠ ହୋଇ ନୀତିକାନ୍ତି ଆରମ୍ଭ ହୋଇଥାଏ। ଅନ୍ୟମାନେ କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିଥି ନକ୍ଷତ୍ର ନୀତିକାନ୍ତିକୁ ଅନୁସରଣ ନକରି କୁମାରପୂର୍ଣ୍ଣିମା, କାର୍ତ୍ତିକ ବ୍ରତ ଦୁର୍ଗାପୂଜା ପରେ ପାଞ୍ଜିରେ ଦୀପାବଳି ଦ୍ବନ୍ଦ୍ବ ଉପୁଜିଛି। ମହାପ୍ରଭୁଙ୍କ ନୀତିକାନ୍ତିକୁ ମାନୁନାହାନ୍ତି ପାଞ୍ଜିକାର। ତେବେ ଲୋକଙ୍କୁ ଦ୍ୱନ୍ଦରେ ପକାଉଥିବା ପାଞ୍ଜିକାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଉଛି। ମୁକ୍ତିମଣ୍ଡପ ପଣ୍ଡିତଙ୍କ ମତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିତିକାନ୍ତି ସୂର୍ଯ୍ୟୋଦୟ ଆଧାରରେ ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟୋଦୟ ପରଠୁ ଯେଉଁ ତିଥି ନକ୍ଷତ୍ର ଥିବ, ସେହି ତିଥି, ନକ୍ଷତ୍ର ଅନୁସାରେ ସେବାପୂଜା ବଢ଼ିଥାଏ। ସେହି ଅନୁସାରେ ତୀପାବଳି ଆଦି ପର୍ବପର୍ବାଣୀର ନୀତିକାନ୍ତି ନୂଡ଼ାନ୍ତ ହୋଇଛି। ପ୍ରତିଦିନ ସୂର୍ଯ୍ୟୋଦୟ ପରେ ମହାପ୍ରଭୁଙ୍କଠାରେ ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ଆଦି ଅନୁଷ୍ଠିତ ହେବ।

ଏହାକୁ ମାନି ପାଞ୍ଜି ପ୍ରସ୍ତୁତ କରାଯାଉ ନଚେତ ଏହା ମହାପ୍ରଭୁଙ୍କୁ ଅସମ୍ମାନ ଓ ମହାପାପ ହେବ ବୋଲି କୁହାଯାଉଛି। ପଞ୍ଜିକାର ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ତିଥି,ବାର, ନକ୍ଷତ୍ର ଗଣନାରେ ତୃଟି ପରିଲକ୍ଷିତ ହେଉଛି। ଏଣୁ ମହାପ୍ରଭୁଙ୍କ ନିକଟରେ ଯେଉଁ ତିଥି,ବାର ,ନକ୍ଷତ୍ରରେ ନିତିକାନ୍ତି ଅନୁଷ୍ଠିତ ହେଉଛି ସେହି ଆଧାରରେ ଗୋଟିଏ ପାଞ୍ଜି ପ୍ରକାଶ ପାଉ ବୋଲି ଦାବି ହେଉଛି।

Leave a comment