୨୬ ନଭେମ୍ବରରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

0

ଆସନ୍ତା ୨୬ ତାରିଖ ଠାରୁ ମୋହନ ମାଝି ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ୨୬ ନଭେମ୍ବର ୨୦୨୪ ରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ। ଏହି ଶୀତକାଳୀନ ଅଧିବେଶନ ୩୧ ଡିସେମ୍ବର ୨୦୨୪ ଯାଏଁ ଚାଲିବ। ବିଧାନସଭା ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ସମୟରେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିବ।

କହିରଖୁଛୁ ଯେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଗତ ୧୧ ସେପ୍ଟେମ୍ବର ୨୦୨୪ ରେ ଶେଷ ହୋଇଥିଲା। ୨୨ ଜୁଲାଇ ୨୦୨୪ ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ୩୧ ଜୁଲାଇ ୨୦୨୪ ତାରିଖ ଯାଏଁ ଚାଲିଥିଲା। ୨୦ ଅଗଷ୍ଟରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୧ ସେପ୍ଟେମ୍ବର ୨୦୨୪ ତାରିଖରେ ଶେଷ ହୋଇଥିଲା।

ଏହି ସମୟରେ ସମାନ ଅଧିବେଶନରେ ଦୁଇଟି କାର୍ଯ୍ୟଦିବସ ବାକି ଥିଲା କିନ୍ତୁ ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ଏହା ମଧ୍ୟ ଭୋଟ୍‌ରେ ପାରିତ ହୋଇ ଯାଇଥିଲା।

Leave a comment