ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପ-ମୁଖ୍ୟମନ୍ତ୍ରୀ
ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ। ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ୱରରେ ପୋଷଣ ମାସ ପାଳନର ରାଜ୍ୟ ସ୍ତରୀୟ ସମାରୋହରେ ଯୋଗ ଦେଇ ଏ କଥା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ କହିଛନ୍ତି, ଏଣିକି ରାଜ୍ୟର ସବୁ ଜିଲ୍ଲାରେ ଶିଶୁ ଓ ମାଆମାନଙ୍କୁ ବାଧ୍ୟତାମୂଳକ ଭାବେ ଛତୁଆ ଦିଆ ନଯିବା ଉପରେ ବିଚାର କରାଯାଉଛି। ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ।