ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

0

ମହାରାଷ୍ଟ୍ର : ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ। ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲାସ୍ଥିତ ଏକ ସ୍କୁଲରେ ଅଘଟଣ । ପୁଷ୍ଟିକର ଖାଦ୍ଯ କାର୍ଯ୍ୟକ୍ରମରେ ଦିଆଯାଇଥିବା ବିସ୍କୁଟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍କୁଟ ଖାଇବା ପରେ ପରେ ପିଲାମାନେ ବାନ୍ତି କରିବା ଦେଖାଯାଇଥିଲା । କେକେଟ ଜଲଗାଁ ନାମକ ଗ୍ରାମରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଅଘଟଣ । ପିଲାମାନେ ଅସୁସ୍ଥ ହେବା ଜଣାପଡିବା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପିଲାମାନେ ସୁସ୍ଥ ଥିବା ସୂଚନା ମିଳିଛି । ଗୁରୁତର ହୋଇଥିବା ୭ ଛାତ୍ରଛାତ୍ରୀଙ୍କୁ ଛତ୍ରପତି ଶମ୍ଭାଜିନଗର ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାର ତଦନ୍ତ କରାଯାଉଛି ।

Leave a comment