ଦେଶର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୨ଟି ରାଜ୍ୟର ୯୫ ଲୋକସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୭ଟାରୁ ଦେଶର ୧୨ ରାଜ୍ୟର ୯୫ ଲୋକସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଗଲାଣି ।

ନିଜ ଭାଗ୍ୟ ପରଖୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୪୭୦ ଥିବାବେଳେ ମହିଳାଙ୍କ ସଂଖ୍ୟା ୧୨୦ ରହିଛି । ସେମାନଙ୍କ ମଧ୍ୟରୁ ୮୮୮ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ଓଡ଼ିଶା ୫, ବିହାର ୫, ଛତିଶଗଡ଼ ୩, ଆସାମର ୫, ଜମ୍ମୁ ଓ କାଶ୍ମୀର ୨, କର୍ଣ୍ଣାଟକ ୧୪ , ମହାରାଷ୍ଟ୍ର ୧୦, ତାମିଲନାଡ଼ୁ ୩୮, ମଣିପୁର ୧, ତ୍ରିପୁରା ୧, ପଶ୍ଚିମବଙ୍ଗ ୩, ଉତ୍ତରପ୍ରଦେଶର ୮ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ମତଦାନ ଚାଲିଛି । ମାତ୍ର ତାମିଲନାଡୁର ୪୧ଟି ଆସନକୁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ତାମିଲନାଡୁର ଭେଲୋର ଓ ତ୍ରିପୁରା ପୂର୍ବ ଆସନକୁ ନିର୍ବାଚନରୁ ବାଦ ଦିଆଯାଇଛି ।

Leave a comment