ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

0

ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା । ୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ । ୨୦୨୬ ମସିହା ଏପ୍ରିଲ ମାସରେ ସରିଥାନ୍ତା ମମତାଙ୍କ କାର୍ଯ୍ୟକାଳ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ଏବଂ ଇସ୍ତଫା ପରେ କ’ଣ ରହିବ ତାଙ୍କ ପଦକ୍ଷେପ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଅଟନ୍ତି ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ବି ଇସ୍ତଫା ଦେଲେ ମମତା । ବିଜେଡିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ‘ଏକ୍ସ’ରେ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି ମମତା ମହନ୍ତ ।

 

 

Leave a comment