ହୀରାକୁଦର ଜଳ ବୃଦ୍ଧି ନେଇ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

0

ହୀରାକୁଦ ଗେଟ୍ ଖୋଲିଲା, ସତର୍କ ସୂଚନା ଜାରି ହେଲା । ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ହୀରାକୁଦ ଗେଟ୍ ଖୋଲିବା ଏବଂ ତତପରେ ନଦୀ ମାନଙ୍କରେ ନିଷ୍କାସିତ ବନ୍ୟାଜଳର ପରିମାଣ ବୃଦ୍ଧି ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ସତର୍କ କରାଇବା ସହ ନଦୀପଠାକୁ ଗୋରୁଙ୍କୁ ନଛାଡିବା ପାଇଁ ସତର୍କ କରାଇବେ । ଏଥିସହ ସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଆଜି ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଆଜି ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲିବାର ଅଛି । ତେଣୁ ଗେଟ୍ ଖୋଲିବା ସହ ଜଳର ପରିଣାମ ବଢିବାକୁ ଥିବା ବେଳେ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

Leave a comment