ରାଜ୍ୟରେ ଖାଲିପଡ଼ିଛି ୧୭ ହଜାରୁ ଅଧିକ ଶିକ୍ଷକ ପଦ

0

ରାଜ୍ୟରେ ଖାଲିପଡ଼ିଛି ୧୭ ହଜାରୁ ଅଧିକ ଶିକ୍ଷକ ପଦ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ୍ ୧୭ ହଜାର ୭୬୧ ଶିକ୍ଷକ ପଦବୀ ଖାଲି ରହିଥିବା ନେଇ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ ଗୃହରେ ଉତ୍ତର ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୧୬ ହଜାର ୫୧୯ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବା ନେଇ ଘୋଷଣା କରିବେ ।

ସେହିପରି ରାଦ୍ୟରେ ୬୧୦ ବର୍ଗର ଉଚ୍ଚ ବିଦ୍ୟାଳୟ ରହିଛି, ଯାହା ଅନୁଦାନପ୍ରାପ୍ତ ସ୍କୁଲ । ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀ ଅବଗତ ଥିବା ନେଇ ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଏହି ନେଇ ଆଲୋଚନା କରିବେ ।

ବିଜେଡ଼ି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ, ପ୍ରତି ପଞ୍ଚାୟତରେ ଥିବା ସ୍କୁଲଗୁଡିକ ଶିକ୍ଷକ ଅଭାବରୁ ବନ୍ଦ ରହୁଛି । ସେଗୁଡିକ କିପରି ଚାଲିବ ସେ ଦିଗରେ ସରକାର କିଛି ପଦକ୍ଷେପ ସରକାର ନେଉଛନ୍ତି କି ଏହାର ଜବାବ ରଖି ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ଏହି ଦିଗ ପ୍ରତି ଧ୍ୟାନ ଦିଆଯିବ ।

Leave a comment