ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ ହେବ ଚନ୍ଦ୍ରୟାନ-୩

0

ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୪ରେ ଇଟାଲୀର ମିଲାନରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ସମ୍ମିଳନୀରେ ଚନ୍ଦ୍ରୟାନ-୩ କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଚନ୍ଦ୍ରର ଦକ୍ଷିଣ-ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ ୨୦୨୩ ଅଗଷ୍ଟ ୨୩ରେ ସଫଳ ଅବତରଣ କରିଥିଲା।

ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି, ଭାରତ ବ୍ୟତୀତ ଏପର୍ଯ୍ୟନ୍ତ ଆମେରିକା, ରୁଷିଆ ଏବଂ ଚାଇନା ଚନ୍ଦ୍ରରେ ଅବତରଣ କରିଛନ୍ତି। ଇସ୍ରୋର ମିଶନ ଚନ୍ଦ୍ରୟାନ-୩ ହେଉଛି ବୈଜ୍ଞାନିକ ପରୀକ୍ଷଣ ଏବଂ ବ୍ୟୟ କମ୍‌ ଇଞ୍ଜିନିୟରିଂର ଏକ ଅନନ୍ୟ ଉଦାହରଣ। ମହାକାଶ ଅନୁସନ୍ଧାନ ପାଇଁ ଏହା ଭାରତର ବୃହତ ସମ୍ଭାବ୍ୟତାର ପ୍ରତୀକ। ଚନ୍ଦ୍ରାୟାନ-୩ ଚନ୍ଦ୍ରର ଗଠନ ଏବଂ ଭୂବିଜ୍ଞାନର ଅଦୃଶ୍ୟ ଦିଗଗୁଡିକୁ ପ୍ରକାଶ କରିଛି। ଏହି ପରୀକ୍ଷଣ ହେଉଛି ନୂତନ ପରୀକ୍ଷଣ ପାଇଁ ଏକ ବିଶ୍ୱସ୍ତରୀୟ ସଫଳତା।

Leave a comment