ହସ୍ପିଟାଲରେ ଭର୍ତ୍ତି ହେଲେ ଆମରଣ ଅନଶନରେ ବସିଥିବା ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ

ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଜଳ ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିବାବେଳେ ସୋମବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ।
ତାଙ୍କ ସୁଗାର ଲେବଲ ହଠାତ୍ ୩୬କୁ ହ୍ରାସ ପାଇଥିଲା, ଯାହା ବାସ୍ତବରେ ଚିନ୍ତାଜନକ । ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଏନେଇ ଆପ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।