ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ନିଜ ଜନ୍ମମାଟିରେ ପହଞ୍ଚିଲେ ମୋହନ ମାଝୀ
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି । ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ଯାଇ ଘଟଗାଁରେ ପହଞ୍ଚିଛନ୍ତି। ସେଠାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଏବଂ ସାଧାରଣ ଜନତା ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଲୋକଙ୍କୁ ନମସ୍କାର କରି ଓ ହାତ ହଲାଇ ଲୋକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।
ସେଠାରୁ ଯାଇ ଘଟଗାଁରେ ରୋଡ୍ ସୋ’ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ କରିବେ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାପରେ ହେଲିକପ୍ଟର ଯୋଗେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିବେ। ଏଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବେ। ନିଜ ଗାଁ ରାଇକଳାରେ କିଛି ଘଣ୍ଟା ବିତାଇବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ଝୁମ୍ପୁରା ଯିବେ । ସେଠାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ନିଜ ଘର ରାଇକଳାରେ ମଧ୍ୟାହ୍ନ ଭୋଜନ କରି ସେଠାରୁ ଭୁବନେଶ୍ବର ଫେରିଯିବେ ।