ଆସିକାରେ ନବୀନଙ୍କ ନିର୍ବାଚନୀ ସଭା, ଜୟ ଜଗନ୍ନାଥରୁ ଆରମ୍ଭ କଲେ ଅଭିଭାଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ ଶନିବାର ଆସିକା ସହରର କଳିଙ୍ଗାରୋଡ ସଂଲଗ୍ନ ମହୋତ୍ସବ ପଡ଼ିଆଠାରେ ବିଜେଡି ପକ୍ଷରୁ ଆୟୋଜିତ ଏକ ର୍ନିବାଚନୀ ସଭାରେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ସଭାରେ ଜୟ ଜଗନ୍ନାଥ କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । କହିଥିଲେ, ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ସବୁ ବେଳେ ମୋ ପରିବାର ଲୋକଙ୍କ ସାଥ୍‌ ଦେଇ ଆସିଛି । ଏବଂ ମୋ ପରିବାର ମଧ୍ୟ ମୋ ସହିତ ଅଛି ମୋର ଆଶା ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଥିଲେ ।

ଏଥିସହିତ ଆସିକା ଏମ୍‌ପି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଓ ବିଧାନସଭା ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲା ବିଜେଡି ସଭାପତି ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏହି ଗସ୍ତରେ ସାମିଲ ଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଧରାକୋଟରେ ଜନସଭା ଓ ସୋରଡାଠାରେ ଆୟୋଜିତ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ । ଏହି ଅବସରରେ କେନ୍ଦ୍ର ବିରୋଧୀ ନାରା ଦିଆଯିବା ସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବିଜେଡି ନେତା ଓ କର୍ମୀ ଲୋକମାନଙ୍କୁ ନିବେଦନ କରିଥିଲେ ।

Leave a comment