ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା; ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

0

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ରବିବାର ଆଉ ୨ ଜଣଙ୍କର ଜୀବନ ଦୀପ ଲିଭିଛି । ଏମାନଙ୍କୁ ମିଶାଇଲେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ୧୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି।

ସୂଚନାମୁତାବିକ, ଶନିବାର ମୃତକଙ୍କ ମଧ୍ୟରେ ଅଛନ୍ତି ବଡ଼ବାପାଝିଆରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧର ପ୍ରଶାନ୍ତ ସାହୁ ଓରଫ ଘାଗୁଡ଼ି(୩୫), ପ୍ରତୀକ୍ଷା ସାହୁ(୬), ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା(୩୮) ଓ ଦିବ୍ୟରଞ୍ଜନ ସାହୁ(୩୫) ।

ଖଣ୍ଡିଆବନ୍ଧ ଗାଁ ମଶାଣିରେ ପ୍ରତୀକ୍ଷାଙ୍କ ଶବ ପୋତା ଯାଇଛି । ପ୍ରଶାନ୍ତ ଓ ଶଙ୍କରଙ୍କ ମୃତଦେହକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଛି । ଏସ୍ସିବିରେ ଶନିବାର ରାତିରେ ମୃତ୍ୟୁ ଘଟିଥିବା ରବିବାର ଦିବ୍ୟରଞ୍ଜନଙ୍କର ବ୍ୟବଚ୍ଛେଦ କରଯିବ ।

ଅନ୍ୟପକ୍ଷରେ ନରେନ୍ଦ୍ର ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଏସ୍ଆରସିଙ୍କ ତଦନ୍ତ ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖରେ ସର୍କିଟ ହାଉସ୍ଠାରେ ଏହି ଘଟଣାରେ ପକ୍ଷଭୁକ୍ତ ଥିବା ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ ବିଭାଗ, ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମତାମତ ସଂଗ୍ରହ କରାଯିବ ବୋଲି ଅତିରିକ୍ତ ଏସଆରସି ସୂଚନା ଦେଇଛନ୍ତି ।

Leave a comment