ବସଷ୍ଟାଣ୍ଡରେ ଜଳିଗଲା ୪ଟି ବସ୍

0

ବସଷ୍ଟାଣ୍ଡରେ ଛିଡା ହୋଇଥଲା ବସ୍ । ହଠାତ୍ ଲାଗିଗଲା ନିଆଁ । ଚାହୁଁଚାହୁଁ ପାଖରେ ଛିଡା ହୋଇଥିବା ଅନ୍ୟ ୩ଟି ବସରେ ବି ନିଆଁ ବ୍ୟାପୀଯାଇଥିଲା । ରାୟଗଡା ବିଷମକଟକ ବସଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ । ଖବର ପାଇଁ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଲାଗିଥିବା ସବୁ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡିଛି ।

Leave a comment