ଶେଷ ପର୍ଯ୍ୟାୟ ମତଦାନ, ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ

0

ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି । ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି । ଯେଉଁଥିରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ୧୯.୨୪ ପ୍ରତିଶତ ଭୋଟିଂ ହୋଇଛି ।

ସେହିପରି ଭଦ୍ରକରେ ୧୯.୪୬ ପ୍ରତିଶତ, ଜଗତସିଂହପୁରରେ ୨୨.୭୬ ପ୍ରତିଶତ, ବାଲେଶ୍ୱରରେ ୨୭.୮୪ ପ୍ରତିଶତ, ମୟୂରଭଂଜରେ ୨୨.୪୬ ପ୍ରତିଶତ, ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ ଅଧିକ ବୁଥ୍ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ ୧୨୫ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି ।

Leave a comment