୨୦୨୪ ନିର୍ବାଚନକୁ ନେଇ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ଦୃଢୋକ୍ତି, ବହୁମତରେ ପୁଣିଥରେ ସରକାର ଗଢ଼ିବ ବିଜେଡି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୨୪ ନିର୍ବାଚନକୁ ନେଇ ବିଜେଡିର ପୂର୍ବାନୁମାନ। ଚଳିତ ନିର୍ବାଚନରେ ବିଜେଡ଼ି ୧୧୫ ବିଧାନସଭା ଆସନ ଓ ୧୫ ଆସନଟି ଲୋକସଭା ଆସନରେ ବିଜୟୀ ହେବ ।  ଏ ନେଇ ବିଜେଡ଼ିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ୍ସରେ ସୂଚନା ଦେଇଛନ୍ତି।

ଡକ୍ଟର ପାତ୍ର ନିଜ ଏକ୍ସରେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡ଼ି ୮୫ ବିଧାନସଭା ଆସନରେ ବାଜିମାତ କରିସାରିଛି । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରିବା ସହ ୧୧୫ରୁ ଉର୍ଦ୍ଧ୍ବ ଆସନରେ ବାଜିମାତ କରିବ । ସେହିପରି ଲୋକସଭାରେ ମଧ୍ୟ ଦଳ ୧୫ ଆସନ ପାଇବ । ତିନି ଚତୁର୍ଥାଂଶ ଆସନରେ ବାଜିମାତ କରି ବିଜେଡ଼ି ପୁଣିଥରେ ଓଡ଼ିଶାରେ ସରକାର ଗଢ଼ିବ । ଓଡ଼ିଶାବାସୀ ବିଜେଡ଼ିକୁ ଆଶୀର୍ବାଦ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିବା ସହ ଓଡ଼ିଶାକୁ ଏକ ସଶକ୍ତ ଓ ରୂପାନ୍ତରିତ ପ୍ରଶାସନ ପାଇଁ ସଂକଳ୍ପବଦ୍ଧ ବୋଲି ଉଲ୍ଳେଖ କରିଛନ୍ତି ।

ସେହିପରି ମାନସ ମଙ୍ଗରାଜ ଏକ୍ସରେ ଲେଖିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢେ଼ ୪ କୋଟି ଓଡ଼ିଆଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ୮୫ ଆସନରେୂ ବାଜିମାତ କରିସାରିଛୁ । ଆସନ୍ତାକାଲି ନିର୍ବାଚନ ପରେ ଏହି ସଂଖ୍ୟା ୧୧୫ରେ ପହଁଚିବ । ତିନି ଚତୁର୍ଥାଂଶ ଆସନରେ ବାଜିମାତ କରି ଆମେ ସରକାର ଗଢ଼ିବା ସହ ଆମର ସ୍ୱର ସଂସଦରେ ବି ଶୁଭିବ । ୨୧ ଲୋକସଭାରୁ ଆମେ ୧୫ ଆସନରେ ବାଜିମାରିବୁ । ଉଭୟ ବିଧାନସଭା ଓ ଲୋକସଭାରେ ଓଡ଼ିଶାବାସୀ ବିଜେଡ଼ିକୁ ବହୁମତ ଦେଇଛନ୍ତି ବୋଲି ସେ ଉଲ୍ଳେଖ କରିଛନ୍ତି ।

Leave a comment