ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

0

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୪ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଏପଟେ କେମିତି ବିସ୍ଫୋରଣ ଘଟିଲା ? କାହିଁକି ଘଟିଲା ? ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିବା ପରେ ଆରମ୍ଭ କରିଛି ତଦନ୍ତ । ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଫୋରେନସିକ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ କରାଯାଉଛି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ବାଣ ଫୁଟାଇବା ଘଟଣାରେ ସାମିଲ ଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଅଛନ୍ତି । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା ରାଶି। ବିସ୍ଫୋରଣ ବେଳେ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିଲେ । ତେଣୁ କାଳେ କେହି ବୁଡ଼ି ଯାଇଥିବେ ଏହି ସନ୍ଦେହରେ ଗତକାଲି ସ୍କୁବା ଡାଇଭର ଏବଂ ଓଡ୍ରାଫ ଟିମ୍ ଦ୍ଵାରା ପୁଷ୍କରିଣୀରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ମିଳି ନଥିଲା।

Leave a comment