ଓଡିଆ ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ପଦ୍ମ ଫୁଲରେ ଭୋଟ୍ ଦିଅନ୍ତୁ :ଜଗନ୍ନାଥ ପ୍ରଧାନ
ମହିଳାଙ୍କ ଆତ୍ମନିର୍ଭରର ଚାବିକାଠି ହେବ ସୁଭଦ୍ରା ଯୋଜନା:ଜଗନ୍ନାଥ ପ୍ରଧାନ
ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିବାରେ ପ୍ରତ୍ୟକ ମହିଳାଙ୍କର ଗୁରୁତ୍ବୂର୍ଣ୍ଣ ଭୂମିକା ରହିଥାଏ ା ଆଜି ବିଶ୍ବର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ରର ସର୍ବୋଚ୍ଚ ପଦବିରେ ଜଣେ ମହିଳାଙ୍କୁ ପାଇଁ ଆମେ ଗର୍ବତ ା ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଶାସନ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ସ୍ବାବଲମ୍ବି ଆତ୍ମନିର୍ଭରଶୀଳ କରିବା ପାଇଁ ଉଜ୍ବଳା ଯୋଜନା, କନ୍ୟା ସମୃଦ୍ଧି, ସୁକନ୍ୟ ଭଳି ଯୋଜନା ଲାଗୁକରି ଅନେକ ଐତିକହାସିକ ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି ା ଆଜି ୟ୍ୟୁନିଟ୍ ୪ ସ୍ଥିତ ଶାତ୍ସୀନଗର ଠାରେ ଏକ ବିଶାଳ ସମାବେଶରେ ଯୋଗ ଦେଇ ଜଗନ୍ନାଥ କହିଛନ୍ତି ମହିଳାଙ୍କୁ ସ୍ବାବଲମ୍ବୀ କକିବା ପୀଇଁ ସୁଭଦ୍ରା ଯୋଜନା ମହିଳା ଶସକ୍ତିକରଣରେ ସାରା ଦେଶରେ କ୍ରାନ୍ତି ଆଣିବା ା ଏହି ଯୋଜନାରେ ଦେଶର ୧୮ ବର୍ଷରୁ ଅଧିକ ଆୟୁ ହୋଇଥିବା ମହିଳା ୫୦ ହଜାର ଟଙ୍କାର ଲାଭାନ୍ବିତ ହେବେ ା ସୁଭଦ୍ରା ଯୋଜନାରେ ପ୍ରତିଟି ଲାଭାର୍ଥୀଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ମିଳିବ ଏବଂ ଏହାକୁ ସେମାନେ ଦୁଇ ବର୍ଷ ମଧ୍ୟରେ ଭିତରେ ଖର୍ଚ୍ଚ କରିବାର ସୁବିଧା ରହିଚି ବୋଲି ଜଗନ୍ନାଥ କହିଛନ୍ତି ା ଆଜି ଭାରତ ବିଶ୍ବର ଏକ ଶକ୍ତିଶାଳା ରାଷ୍ଟ୍ର ଭାବେ ପରିଗଣିତା ହେବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ାଆମ ରାଜ୍ୟ ଓଡିଶା ମାଟିର ଅର୍ଣ୍ଣପୂର୍ଣା ମହାରଣା, ମାଳତୀ ଚୌଧୁରୀ, ରମାଦେବୀ, କୁନ୍ତଳାକୁମାରୀ ଓ ଶାରଳାଦେବୀଙ୍କ ଭଳି ବୀରାଙ୍ଗନା ସନ୍ତାନଙ୍କ ପାଇଁ ଆମେ ଗର୍ବିତ ା ନିଜର ମାଟିର ଅଶ୍ମିତା ପାଇଁ ଏଭଳି ମହିୟସି ମହିଳାଙ୍କ ତ୍ୟାଗ ଓ ନିଷ୍ଠା ଆମକୁ ପ୍ରେରୃଣା ଓ ଶକ୍ତି ଯୋଗାଉଚି ବୋଲି ଜଗନ୍ନାଥ କହିଥିଲେ ା କିନ୍ତୁ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ପାଇଁ ଆଜିର ଆମ ମାଟି ମା’ର ଅସ୍ମିତା ସଙ୍କଟରେ ପଡିଚି ା ଆପଣମାନେ ହିଁ ସେହି ବୀରାଙ୍ଗନାଙ୍କ ଦାୟାଦ ଆପଣମାନେ ଏକାଠି ହୁଅନ୍ତୁ ସଙ୍ଗଠିତ ହୁଅନ୍ତୁ ଓଡିଶାର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚଳିତ ନିର୍ବାଚନରେ ୨ଟି ପଦ୍ମ ଚିହ୍ନରେ ଭୋଟ ଦେଇ ରୀଜ୍ୟ ଓ କେନ୍ଦ୍ରେ ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବାକୁ ଜଗନ୍ନାଥ ମହିଳାମାନଙ୍କୁ ନିବେଦନ କରିଥିଲେ ା