ରାଲି ବଦଳରେ ବାଂଲାଦେଶ ସୀମାରେ ପହଁଚିଲା ଦିଦିଙ୍କ ହେଲିକପ୍ଟର

ଓଡିଶା ଫାଷ୍ଟ(ବ୍ୟୁରୋ): ଏକ ବଡଧରଣର ତ୍ରୁଟି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାକୁ ବାହାରିଥିଲେ ମାତ୍ର ଦିଦିଙ୍କ ହେଲିକପ୍ଟର ରାଲି ବଦଳରେ ବାଂଲାଦେଶ ସୀମାରେ ପହଁଚିଲା । ହେଲିକପ୍ଟରଟି ବାଟବଣା ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତର ଦିନାଜପୁରରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ମମତା ୧ଟା ୨୭ ମିନିଟରେ ପହଞ୍ଚିବାର ଥିଲା ମାତ୍ର ହେଲିକପ୍ଟରଟି ବାଟବଣା ହୋଇଯିବାରୁ ମମତା ଦିଦି ୨ଟାରେ ରାଲିରେ ପହଞ୍ଚିଥିଲେ । ରାଲିରେ ଦିଦି ଡେରିରେ ପହଞ୍ଚି ଥିବାରୁ କ୍ଷମା ମାଗିବା ସହ ସମସ୍ତ ଘଟଣା ସମ୍ୱନ୍ଧରେ ଜଣାଇଥିଲେ । ତେବେ କିପରି ଏତେ ବଡ ଘଟଣା ଘଟିଲା, ସେନେଇ ତଦନ୍ତ ଚାଲିଛି ।