ବିଜେପିରେ ସାମିଲ ହେଲେ ପୂର୍ବତନ ସାସଂଦ ରବି ପାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ପୂର୍ବତନ ସାସଂଦ, ବିଧାୟକ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ରବି ପାଣି ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ପୂର୍ବତନ ବିଧାୟକ ଶ୍ରୀ ରବି ପାଣିଙ୍କ ନେତୃତ୍ୱରେ ପଲ୍ଲହଡା ବ୍ଲକର ପୂର୍ବତନ ଚେୟାରମାନ କ୍ଷିରୋଦ୍ରୀ ବେହେରା, ସରୋଜ ଭୂୟାଁ, ବତିସୁଆଁ ସରପଞ୍ଚ ଅଂଜଳୀ କିଶାନ, ନାଏବ ସରପଞ୍ଚ ନିଗମାନନ୍ଦ ସାହୁ, ରଂଜନ ସେଠୀ, ଲମ୍ବୋଦର ସାହୁ, ଲକ୍ଷ୍ମଣ ଜେନା, ଗୋପବନ୍ଧୁ ବେହେରା, ହୃଷିକେଶ ନାୟକ, ଅରୁଣ ସାହୁ, ହରି ସେଠା, ଦିଲୀପ ବେହେରା, ଶିବରାମ ବିଶ୍ୱାଳ, ମଂଜୁଲତା ବେହେରା, ଦେବକି ସାହୁ, ଅଂଜଳୀ ନାୟକଙ୍କ ସହ ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ୱରଙ୍କ ସମେତ ଶତାଧିକ କର୍ମୀ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ତାଳଚେର ନିର୍ବାଚନ ମଣ୍ଡଳୀର ବଡଚିତୋଡା ଗ୍ରାମର ବିଜୁଯୁବ ବାହିନୀ ସଦସ୍ୟ ବାବୁଲା ବେହେରା, ଦୀପୁ ବେହେରା, ବିନୋଦ ବେହରା, ରବିନାରାୟଣ ଦେହୁରୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟମାନେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ରମା ରଞ୍ଜନ ବଳିଆରସିଂହ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment