ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ
ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ। ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର । ୨୫ରେ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ଶାହ। ପରେ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଶାହ।
ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି ।
ପ୍ରଥମ ପର୍ଯ୍ୟାୟ: ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ମତଦାନ ଅନୁଷ୍ଠିତ ହେବ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ମେ ୧୩ ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ରରେ ମତଦାନ ହେବ ।
୨ୟ ପର୍ଯ୍ୟାୟ: ଓଡ଼ିଶାରେ ମେ ୨୦ରେ ୨ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ୨ୟ ପର୍ଯ୍ୟାୟ ଅର୍ଥାତ୍ ମେ ୨୦ ରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କାରେ ଲୋକସଭା କ୍ଷେତ୍ରରେ ମତଦାନ ହେବ ।
୩ୟ ପର୍ଯ୍ୟାୟ: ଓଡ଼ିଶାରେ ମେ ୨୫ରେ ୩ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ୩ୟ ପର୍ଯ୍ୟାୟ ଅର୍ଥାତ୍ ମେ ୨୫ ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ମତଦାନ ହେବ ।
୪ର୍ଥ ପର୍ଯ୍ୟାୟ: ଓଡ଼ିଶାରେ ଜୁନ ୧ ରେ ୪ର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ମୋଟ ୨୧ଟି ଲୋକସଭା କ୍ଷେତ୍ରରୁ ୪ୟ ପର୍ଯ୍ୟାୟ ଅର୍ଥାତ୍ ଜୁନ ୧ ରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂପୁର ଲୋକସଭା କ୍ଷେତ୍ରରେ ମତଦାନ ହେବ ।