ପର୍ଯ୍ୟଟକଙ୍କ ଗାଡ଼ି ଉପରେ ଖସିଲା ପଥର, ୯ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳପ୍ରଦେଶ କିନ୍ନୋରରେ ରବିବାର ଏକ ଆକସ୍ମିକ ଦୁର୍ଘଟଣା ଘଟିଛି। ସାଗଲା–ଚିତ୍ରକୁଲ ଭୂସ୍ଖଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା। ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାସହ ୩ ଜଣ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ସୂଚନା ପାଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି।
ସୂଚନା ମୁତାବକ, ଏହି ଦୁର୍ଘଟଣା ରବିବାର ଦିନ ୧.୩୦ ମିନିଟ୍ ସମୟରେ ଘଟିଛି । ପୋଲ ଉପରେ ଏକ ଟେମ୍ପୋରେ ୧୧ ଜଣ ଲୋକ ଯାଉଥିବାବେଳେ ପାହାଡରୁ ବଡ ବଡ ପଥର ଖସି ପୋଲଟି ଭାଙ୍ଗିଯାଇଥିଲା। ଫଳରେ ଟେମ୍ପୋରେ ଥିବା ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave a comment