ପରୀକ୍ଷା ଫଳ ଶୂନ ହୋଇଥିବା ୯କଲେଜ ମଧ୍ୟରୁ ୨ କଲେଜ ଭୁବନେଶ୍ୱରର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଗତବର୍ଷ ତୁଳନାରେ ଏବର୍ଷ କମିଲା ପାସ୍ ହାର । ଏଥର ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ ହୋଇଛନ୍ତି । ରାଜ୍ୟର ୨୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୯ଟି କଲେଜରୁ ଜଣେ ହେଲେ ପରୀକ୍ଷାର୍ଥୀ ପାସ କରି ନାହାନ୍ତି । ସେହି ୯ଟି କଲେଜ ମଧ୍ୟରୁ ୨ଟି କଲେଜ ଭୁବନେଶ୍ୱରର ରହିଥିବା ଜଣାପଡିଛି ।

ଯେଉଁ କଲେଜ ଗୁଡିକରେ ପରୀକ୍ଷା ଫଳ ଶୂନ ରହିଛି ସେ ନେଇ ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ପରୀକ୍ଷା ଫଳ ଫଳ ଶୂନ ରହିଥିବା କଲେଜ ଗୁଡିକ ହେଲା :

* ୧. ଏସଆରଏମଏସ୍‌ସି ହାଇ ସ୍କୁଲ(ଭୁବନେଶ୍ୱର)

* ୨. ନାନୋ ହାଇସ୍କୁଲ(ସହିଦନଗର,ଭୁବନେଶ୍ୱର)

* ୩. କଳା ସଂସ୍କୃତି ହାଇସ୍କୁଲ ସରଖିଆ (ଢେଙ୍କାନାଳ)

* ୪. ବେଲଗୁଣ୍ଠ ମହିଳା ହାଇସ୍କୁଲ (ବେଲଗୁଣ୍ଠ-ଗଞ୍ଜାମ)

* ୫. କେପିଡି ମହିଳା ହାଇସ୍କୁଲ ଦଶପଲ୍ଲା (ନୟାଗଡ଼)

* ୬. ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି ହାଇସ୍କୁଲ,
(ଗୋବରା)
* ୭. ଶ୍ରୀ ଜଗନ୍ନାଥ ଦେବ ହାଇସ୍କୁଲ, ମଣ୍ଡଳ (ବଲାଙ୍ଗିର)

* ୮. ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ରିସର୍ଚ୍ଚ

* ୯. ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହାଇସ୍କୁଲ

Leave a comment