୯ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ୨ଅଭିଯୁକ୍ତ ଅଟକ

0

କୋରାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜେଇ ଚୋରା ଚାଲାଣ ପାଇଁ ପୁଣି ଅଭିନବ ଉପାୟ ଆପଣାଇଲେ ଗଞ୍ଜେଇ ମାଫିଆ । ଫୁଲକୁଣ୍ଡ ଭର୍ତ୍ତି ଟ୍ରକ୍ ରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଓ ୨ ଅଭିଯୁକ୍ତ ଅଟକ ଅଛନ୍ତି ।

କୋରାପୁଟ ଟାଉନ୍ ରେ ଅବକାରୀ ବିଭାଗର ଚଢାଉ ଫଳରେ ଏହି ଘଟଣାର ପର୍ଦ୍ଦାଫାଶ୍ ହୋଇଛି । ଏନେଇ ଘଟଣା ସ୍ଥଳରୁ ଡ଼୍ରାଇଭର କୁ ମଧ୍ୟ ଗିରଫ କରାଯାଇଥିବା ସୁଚନା ମିଳିଛି ।
ଫୁଲକୁଣ୍ଡ ଭିତରେ ଲୁଚାଇ ଏକାଧିକ ଗଞ୍ଜେଇ ଚାଲାଣ କରି ବିଶାଖାପାଟଣାରୁ ଆଗ୍ରା ଚାଲାଣ କରାଯାଉଥିବା ବେଳେ ଧରାଯାଇଛି । ତେବେ ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

Leave a comment