ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ : ୯ ମୃତ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶାଖାପାଟଣା ନିକଟବର୍ତ୍ତୀ ଗୋପାଳପଟନମ୍ ଠାରେ ଏଲ୍‌ଜି ପଲିମର୍ସ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

କିଙ୍ଗ୍ ଜର୍ଜ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ କହିବା ଅନୁସାରେ,ପାଞ୍ଚଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିଲା । ଭେଙ୍କଟପୁରମ୍ କେନାଲ ମଧ୍ୟକୁ ଖସିପଡ଼ି ଅନ୍ୟ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ୧୮୦ରୁ ଅଧିକ ବ୍ୟକ୍ତିଙ୍କର କିଙ୍ଗ୍ ଜର୍ଜ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି । ଏହାପୂର୍ବରୁ ମୃତ୍ୟୁସଂଖ୍ୟା ୩ ବୋଲି ରିପୋର୍ଟ ମିଳିଥିଲା । ଏଥିରେ ପ୍ରାୟ ୧୦୦୦ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା କଥା କୁହାଯାଉଛି । ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଗୋପାଳପଟନମ୍‌ ଅଞ୍ଚଳର ୫ଟି ଗାଁରେ ଆତଙ୍କ ଖେଳିଯାଇଛି । ଛାନିଆରେ ଲୋକେ ଘରୁ ବାହାରି ମେଘଡ୍ରିଗେଦ୍ଦା ଆଡ଼କୁ ଧାଇଁ ଯାଇଥିଲେ ।

ବିଷାକ୍ତ ଗ୍ୟାସ ଲିକ୍‌ ହେବା ପରେ ଶହ ଶହ ଲୋକ ଅଣନିଃଶ୍ବାସୀ ହୋଇପଡ଼ିବା, ଆଖି ପୋଡ଼ିବା ଏବଂ ପେଟ ଟାଣିବା କଥା ଅଭିଯୋଗ କରିଥିଲେ। କାରଖାନା ଚାରିପାଖ ଗାଁମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ବିଷାକ୍ତ ଗ୍ୟାସ ନାକରେ ପ୍ରବେଶ ନକରାଇ ଦେବାକୁ ଲୋକେ ମୁହଁରେ ଓଦା କପଡ଼ା ଢାଙ୍କନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି।

Leave a comment