ଖାଲକୁ ଖସିପଡିଲା ଯାତ୍ରୀବାହୀ ବସ୍, ୮ ମୃତ

0

ତାମିଲନାଡୁର କନ୍ନୁର ଠାରେ ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିବା କାରଣରୁ ୮ ଜଣଙ୍କ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କୁହାଯାଉଛି କି ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଭୟଙ୍କର ଦୁର୍ଘଟଣା କନ୍ନୁର ନିକଟ ମାରାପାଲମ ନିକଟରେ ଘଟିଛି।

ବସ୍ ଓଟିରୁ ମେଟୁପାଲାୟାମକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାପରେ ସ୍ଥାନୀୟ ଲୋକ,ପୁଲିସ ଓ ଅଗ୍ନିଶମ ଟିମ୍‌ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।ଆହତମାନଙ୍କୁ ଚିକିତ୍ସା ପାଇଁ କନ୍ନୁରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଏମ୍ବାଟୁର ଜୋନ୍ ଡିଜି ସାରଭାନା ସୁନ୍ଦର ନିଶ୍ଚିତ କରିଛନ୍ତି ଯେ ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

 

Leave a comment