ବିରିୟାନୀ ପାଇଁ ଗଣ୍ଡଗୋଳ, ୮ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରିୟାନୀ ଖାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ୮ ଜଣ ଗୁରୁତର ହୋଇଥିବାବେଳେ, ୫ ବାଇକ ଭଙ୍ଗାରୁଜା ହୋଇଥିବା ସୂଚାନ ମିଳିଛି । ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହିରେ ଏଭଳି କାଣ୍ଡ ଘଟିଛି । ସୂଚନାଯୋଗ୍ୟ, ଉକ୍ତ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିବା ବେଳେ କୌଣସି କାରଣରୁ ପ୍ରତିପକ୍ଷ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ସମାଧାନ ହେବାନେଇ ବୈଠକ ବସିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ପକ୍ଷରୁ ଟେକା ପଥର ଫିଙ୍ଗାଯିବା ସହ, ପିଟା ପିଟି ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଘର ଦ୍ୱାର ଭଙ୍ଗାଯିବା ସହ ୫ଟି ବାଇକ ଭଙ୍ଗା ରୁଜା ହୋଇଛି । ଆକ୍ରମଣ ଯୋଗୁଁ ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । କେବଳ ବିରିୟାନୀ ଖାଇବାକୁ ନେଇ ନା ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ତାହା, ତାହାକୁ ନେଇ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a comment