ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ଜଣଙ୍କ ନାଁରେ ମାମଲା ରୁଜୁ କଲା ମିଜୋରାମ ପୋଲିସ
ଓଡ଼ିଶା ଫାଷ୍ଟ (ବ୍ୟୁରୋ) : ଥମୁନି ସୀମା ବିବାଦ । ଆସାମ ମୁଖ୍ୟମନ୍ତ୍ରୀଙ୍କ ହିମନ୍ତ ଶର୍ମାଙ୍କ ସମେତ ରାଜ୍ୟର ୪ ବରିଷ୍ଠ ଅଧିକାରୀ ଓ ୨ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମିଜୋରାମ ପୋଲିସ । କିଲାସିବ୍ ଜିଲ୍ଲାର ବାରାଙ୍ଗପତେ ନଗରରେ ଉପକଣ୍ଠ ଅଞ୍ଚଳରେ ହୋଇଥିବା ହିଂସା ମାମଲାରେ କେସ୍ ରୁଜୁ ହୋଇଛି । ଏହି ସମସ୍ତ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ଏନେଇ ଶୁକ୍ରବାର ମିଜୋରାମ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଜୋରାମ୍ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, ଏହି ସବୁ ଲୋକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ସମେତ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୀମା ନଗର ନିକଟରେ ମିଜୋରାମ ଓ ଆସାମ ପୋଲିସ ମଧ୍ୟରେ ହିଂସା ହୋଇଥିଲା । ଯାହାକୁ ଆଧାର କରି ସୋମବାର ଦିନ ବିଳମ୍ବିତ ରାତିରେ ରାଜ୍ୟ ପୋଲିସ ବାରାଙ୍ଗତେ ଥାନାରେ ପ୍ରାଥମିକ କେସ୍ ରୁଜୁ କରିଥିଲା । ଆସାମ ପୋଲିସ ୨୦୦ ଅଜଣା ବ୍ୟକ୍ତିଙ୍କ ନାମରେ କେସ୍ ମଧ୍ୟ ରୁଜୁ ହୋଇଛି ।
ସେହିପରି ଆସାମ ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ଅଧିକାରୀଙ୍କୁ ୨୮ ଜୁଲାଇକୁ ସମନ୍ ଜାରି କରାଯାଇଛି । ଏହାର ୨ ଦିନ ପୂର୍ବରୁ କଛାର ଜିଲ୍ଲାର ଲୈଲାପୁରରେ ଆସାମ ଓ ମିଜୋରାମ୍ ପୋଲିସ ମଧ୍ୟରୁ ସଂଘର୍ଷ ହୋଇଥିଲା । ଯେଉଁଥିରେ ଆସାମ ପୋଲିସର ୫ଜଣ ସୁରକ୍ଷାକର୍ମୀ ଓ ଜଣେ ନିବାସୀଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ମାମଲାକୁ ଆଧାର କରି ଧୋଲାଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମିଜୋରାମ ପୋଲିସ ଦ୍ୱାରା ସମସ୍ତଙ୍କ ଅଲଗା ଅଲଗା ନୋଟିସ କରାଯାଇଛି ।