ରିଓ ଡି ଜେନେରିଓରେ ତାଣ୍ଡବ, 78 ମୃତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବ୍ରାଜିଲରେ ରିଓ ଡି ଜେନେରିଓରେ ବନ୍ୟା ଏବଂ ଭୂସ୍ଖଳନ ହୋଇ 78 ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି ।
ପେଟ୍ରୋପଲିସ୍ ସହରରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପ୍ରାୟ 400ରୁ ଊର୍ଦ୍ଧ୍ବ ଲୋକ ବାସହରା ହୋଇଯାଇଥିବା ନେଇ ରିଓ ଡି ଜେନେରିଓର ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରୁ ଆବର୍ଜନା ସଫା କରିବା ପାଇଁ ପଡୋଶୀ ରାଜ୍ୟରୁ ଭାରୀ ଯାନ ସମେତ ସମସ୍ତ ସମ୍ଭାବ୍ୟ ସହାୟତା ପାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ 180 ସୈନିକ ସାମିଲ ହୋଇଛନ୍ତି ।
ରୋସଲିନ୍ କୁମାରୀ କହିଛନ୍ତି, ଏହି ତାଣ୍ଡବ ଅତ୍ୟନ୍ତ ଦୁଃଖ ଦାୟକ । ଗତକାଲି ଜଣେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ମୋତେ ଏଠାରୁ ବାହାର କର । କିନ୍ତୁ, ଆମେ କିଛି କରିପାରିଲୁ ନଥିଲୁ । ଜଳ ଓ ମାଟିର ଆବର୍ଜନା ବୁଡ଼ି ଯାଉଥିଲା । ବିଭାଗ କହିଛି ଯେ ଏହି ଅଞ୍ଚଳକୁ ଦିନର ତିନି ଘଣ୍ଟା ମଧ୍ୟରେ 25.8 ସେମି ବର୍ଷା ହୋଇଛି ।
ଗସ୍ତରେ ଆସୁଥିବା ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment