ଶିଶୁଙ୍କ ଯତ୍ନ ଲାଗି ସରକାରୀ ଚାକିରିରୁ ୭୩୦ ଦିନ ମିଳିବ ଛୁଟି

0

ଶିଶୁଙ୍କ ଯତ୍ନ ଲାଗି ମହିଳା କିମ୍ବା ଦାୟିତ୍ୱ ନେଇଥିବା ଏକକ ପୁରୁଷଙ୍କୁ ସରକାରୀ ଚାକିରିରୁ ୭୩୦ ଦିନ ଛୁଟି ମିଳିବ । ଏ ନେଇ କାର୍ମିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକସଭାରେ କହିଛନ୍ତି ।

ସରକାରୀ ଚାକିରି କରିଥିବା ମହିଳା କର୍ମଚାରୀ କିମ୍ବା ଶିଶୁଙ୍କ ଏକମାତ୍ର ଅଭିଭାବକ ଥିବା ପୁରୁଷଙ୍କୁ ସେଣ୍ଟ୍ରାଲ ସିଭିଲ୍‌ ସର୍ଭିସେସ୍‌ (ଲିଭ୍‌) ଆଇନ, ୧୯୭୨ର ରୁଲ୍‌ ୪୩-ସି ଅନୁସାରେ ସେମାନଙ୍କ ଚାକିରି କାଳ ମଧ୍ୟରେ ଶିଶୁଯତ୍ନ ଲାଗି ସର୍ବାଧିକ ୭୩୦ ଦିନ ଛୁଟି ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

୧୮ ବର୍ଷ ବୟସ ପର୍ଯ୍ୟନ୍ତ ୨ ସବୁଠୁ ବଡ଼ ପିଲାଙ୍କ ଦେଖାରଖା ପାଇଁ ସମ୍ପୂର୍ଣ୍ଣ ଚାକିରି କାଳ ମଧ୍ୟରେ ଏହି ଛୁଟି ମିଳିବ । ତେବେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏହି ବୟସ ସୀମା ଲାଗୁ ହେବ ନାହିଁ।

Leave a comment