ଭୁଶୁଡ଼ିଲା ୭୦ଫୁଟ ର ପାଣିଟାଙ୍କି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲାରେ ଭୁଶୁଡିଗଲା ୭୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି । ଏହି ପାଣି ଟାଙ୍କି ତଳେ ଥିବା ୱେସ୍କୋ ଅଫିସ ସମ୍ପୁର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଏହି ଘଟଣା ରେ କାହାର ମୃତ୍ୟୁ ହୋଇଛି ନା ନାହିଁ ସ୍ପଷ୍ଟ ହୋଇନଥିବା ବେଳେ କିଛଲୋକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ରାଉରକେଲାର ସିଭିଲ ଟାଉନସିପ୍ ରେ ଥିବା ୩୦ରୁ ୪୦ ବର୍ଷ ପୁରୁଣା ୭୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣିଟାଙ୍କି ଆଜି ଭୁଶୁଡି ପଡିଛି । ଏହି ପାଣିଟାଙ୍କି ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଯାଇଛି। ଏହି ଅଫିସ୍ ରେ କେହି ଉପସ୍ଥିତ ନ ନାହିଁ ସେ ସମ୍ୱନ୍ଧରେ କୌଣସି ସୂଚନା ମିଳିନାହିଁ । ମାତ୍ର ଏହି ଟାଙ୍କି ତଳେ ଥିବା ସାଇକେଲ ଓ ବାଇକ ଚାପି ହୋଇ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ।
ଏହାବ୍ୟତିତ କିଛି ଲୋକମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମିତ ଏହି ୨ଲକ୍ଷ ଗ୍ୟାଲେନ୍ ଜଳ କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ଟି ରାଉରକେଲାର ସିଭିଲ ଟାଉନସିପ୍ ଅଞ୍ଚଳକୁ ଜଳ ଯୋଗାଣ କରୁଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ।