ପୋଲିସ-ମାଓବାଦୀ ଗୁଳି ବିନିମୟ, ୭ ମାଓବାଦୀ ନିହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଛତିଶଗଡ଼ର ଦନ୍ତେୱାଡ଼ାରେ ଏସ୍‌ଟିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏସ୍‌ଟିଏଫ୍‌ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି।

ଘଟଣା ସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି। ଏହା ଦାନ୍ତଓ୍ବୋଡ଼ା ପୋଲିସର ଡିଆର୍‌ଜି ଓ ଏସ୍‌ଟିଏଫ୍‌ ଯବାନଙ୍କ ମିଳିତ ଅପରେଶନର ସଫଳତା ବୋଲି ଦାନ୍ତଓ୍ବୋଡ଼ା ଏଏସ୍‌ପି(ମାଓବାଦୀ ଅପରେଶନ) ଗୋରଖନାଥ ବଚେଲ ସୂଚନା ଦେଇଛନ୍ତି।ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଛି ।

Leave a comment