ଦୁର୍ଘଟଣାରେ ଗଲା ୭ ଜୀବନ

0

ଲଖନଉ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ କାରକୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଉଦ୍ଧାରକାରୀ ଟିମ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ଓ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତ ୭ଜଣଙ୍କ ମଧ୍ୟରେ ୩ଜଣ ମହିଳା ଓ ଜଣେ ଶିଶୁ ଥିବା ସୂଚନା ମିଳିଛି । ଅନ୍ୟ ୩ଜଣ ମୃତକ ପୁରୁଷ ରହିଥିବା କୁହାଯାଉଛି । ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା କରାଯାଉଛି । ସୂଚନା ମୁତାବକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ମୃତକ ମାନେ ଗୋଟିଏ ପରିବାରର କି ନୁହେଁ ତାହା ଜଣାପଡ଼ିନାହିଁ ।

Leave a comment