କେରଳର ୭ ଲକ୍ଷ ବନ୍ୟା ପୀଡିତଙ୍କୁ ସଂକ୍ରମଣ ଭୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ୧୦ ଦିନ ପରେ ଶନିବାର ଠାରୁ ବର୍ଷା କମିବାରୁ ରାଜ୍ୟବାସୀ ସାମାନ୍ୟ ଅଶ୍ୱସ୍ତି ଲାଭ କରିଛନ୍ତି। କିନ୍ତୁ ପ୍ରାୟ ୭ ଲକ୍ଷ ବନ୍ୟା ପୀଡିତ ଥିବା ଆଶ୍ରୟ ସ୍ଥଳରେ ଦେଖାଦେଇଛି ସଂକ୍ରମଣ ଭୟ। ଅସ୍ୱାସ୍ଥ୍ୟକର ପରିବେଶ, ପ୍ରଦୂଷିତ ଜଳ ଓ ବାୟୁ ଯୋଗୁଁ ଅନେକ ଲୋକଙ୍କୁ ହାଡଫୁଟି ହୋଇଛି । ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ଘର ଛାତ ଉପରେ ଫସିରହିଥିବା ଲୋକଙ୍କ ଉଦ୍ଧାର ପାଇଁ ୫୮ଟି ଏନଡ଼ିଆରଏଫ ନିଓଜିତ ଅଛନ୍ତି । ବର୍ତ୍ତମାନ ଉଦ୍ଧାରକାରୀ ଦଳ ପଂପା ନଦୀକୂଳରେ ଥିବା ଚେନଗନୁର କସବେ ଠାରେ ଫସିରହିଥିବା ୫ହଜାରରୁ ଅଧିକ ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ବନ୍ୟା ପରେ କେରଳରେ କଞ୍ଚା ଲଙ୍କା କିଲୋ ୪୦୦ ଟଙ୍କା, ଆଳୁ,ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ୯୦ ଟଙ୍କାରେ ପହଞ୍ଚିଛି । ଏସମ୍ୱନ୍ଧରେ ଅଭିଯୋଗ ହେବାରୁ ସ୍ଥାନୀୟ ପୋଲିସ ର ହସ୍ତକ୍ଷେପ ପରେ କାଞ୍ଚଲଙ୍କା ମୂଲ୍ୟ କିଲୋପ୍ରତି ୧୨୦ ଟଙ୍କା କୁ କମାଇ ଦେଇଛନ୍ତି । ସେହିପରି ଚିନି, ଚାଉଳ ଦର ମଧ୍ୟ କିଲୋପ୍ରତି ୧୫ ଟଙ୍କା ବୃଦ୍ଧି ହୋଇଛି । ବନ୍ୟାର ତାଣ୍ଡବ ପରେ ମାହାଙ୍ଗା ମାଡ଼ କେରଳ ବାସୀଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ।

Leave a comment