ଖୋଲିଲା ହୀରାକୁଦର ୭ଟି ଗେଟ୍; ବର୍ଷର ପ୍ରଥମ ବନ୍ୟା ଜଳ ହେଉଛି ନିଷ୍କାସିତ

0

ଖୋଲିଲା ହୀରାକୁଦର ଗେଟ୍ । ହୀରାକୁଦର ୭ଟି ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ସକାଳ ୯ଟା ୩୦ ମିନିଟରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ ଖୋଲାଯାଇଛି । ମଧ୍ୟାହ୍ନ ୧୨ଟା ୩୦ରେ ଆଉ ୬ଟି ଗେଟ ଖୋଲାଯାଇଛି ।

ଅପରାହ୍ନ ୨ଟା ୩୦ ମିନିଟରେ ବାକି ସମସ୍ତ ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦର ଛଡ଼ାଯାଇଥିବା ବନ୍ୟାଜଳ ଆସନ୍ତାକାଲି ସକାଳେ ଖଇରାମାଲରେ ପହଂଚିବ । ହୀରାକୁଦରୁ ପାଣି ପହଞ୍ଚିବା ପରେ କାଲି ସକାଳ ୮ ଟାରେ ଖଇରମାଳ ଠାରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ସେହିପରି ୩୦ ତାରିଖ ସକାଳେ ପହଞ୍ଚିବ ମୁଣ୍ଡଳିଠାରେ ପହଂଚିବ ପ୍ରଥମ ବର୍ଷା ଜଳ । ଜୁଲାଇ ୩୦ ପୂର୍ବାହ୍ନ ୧୧ଟାରେ ମୁଣ୍ଡଳିଠାରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ସେପଟେ ମହାନଦୀରେ ହୀରାକୁଦ ଜଳଭଣ୍ଡାରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ତଳମୁଣ୍ଡରେ ଥିବା ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି କହିଛନ୍ତି । ସମ୍ୱଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନଦୀ କୂଳିଆ ଅଂଚଳ ବାସୀଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଯିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପରାମର୍ଶ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଡ୍ୟାମ ଖୋଲିବା ନେଇ ନିଷ୍ପତି ହୋଇଛି।

Leave a comment