ଭୟାବହ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୭ ଜଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶ ଉନାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୭ ଜୀବନ୍ତ ଜଳି ଯାଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ଉନାର ହରୋଲି ଟାହଲିବାଲ ବାଥର ଶିଳ୍ପାଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁ ଲାଗି କାମ କରୁଥିବା ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୭ ଜଣ ମୃତକଙ୍କ ମଧ୍ୟରେ ଏକ ୩ ବର୍ଷର ଝିଅ ଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନାରେ ମୃତ୍ୟୁବରଣ କରିଥିବା ମହିଳା ୟୁପିର ।

ଆହାତ ଜଣେ ମହିଳାଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରାୟ ୩୦ରୁ ୩୫ ଜଣ କାମ କରୁଥିଲେ । ପ୍ରଶାସନର ବିନା ଅନୁମତିରେ ବାଣ କାରଖାନା ଚାଲିଥିବା ପଞ୍ଚାୟତ ଅଧିକାରୀ କହିଛନ୍ତି ।

Leave a comment