ବନ୍ୟା ପ୍ରଭାବିତଙ୍କୁ ମିଳିବ ୭ଦିନ ରିଲିଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ମାତ୍ର ବର୍ଷରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଏଠାରେ ୨୬୫.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ମାଲକାନଗିରିରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହ ବନ୍ୟା ପ୍ରଭାବିତଙ୍କୁ ୭ଦିନ ପାଇଁ ରିଲିଫ ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଛନ୍ତି । ଏହି ରିଲିଫ ବାବଦରେ ବୟସ୍କଙ୍କ ପାଇଁ ୬୦ଟଙ୍କା ଓ ୧୨ ବର୍ଷରୁ କମ ବୟସ୍କଙ୍କ ପାଇଁ ୪୫ ଟଙ୍କା ହିସାବ ରେ ୭ଦିନ ରିଲିଫ ଦିଆଯିବ । ଏହାସହ ଗୃହପାଳିତ ପଶୁଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a comment