ରାଜ୍ୟରେ ୭ କୋଟି ମୁହାଁ କରୋନା ଟିକାକରଣ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ୭ କୋଟି ମୁହାଁ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସଂକ୍ରମଣ ଭୟ କମିଥିବାରୁ ବହୁ ଲୋକ ପ୍ରତିଷେଧାତ୍ମକ ପାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ପ୍ରଥମ ଓ ଦ୍ବିତୀୟ ପାନ ପ୍ରାୟ ସରିଆସିଲାଣି।

ରାଜ୍ୟରେ ୬୦ ବର୍ଷରୁ ଅଧିକ ବର୍ଷ ବର୍ଗର ୧୭% ପ୍ରତିଷେଧାତ୍ମକ ପାନ ଟିକା ନେଇଥିବାବେଳେ ସମ୍ମୁଖ ଯୋଦ୍ଧା ୯୪ % ଏବଂ ସ୍ବାସ୍ଥ୍ୟକର୍ମୀ ୬୦ % ରହିଛନ୍ତି। ଏହାଛଡା ଘରୋଇ ଚିକିତ୍ସାଳୟରେ ୭୩,୯୧୯ ଜଣ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ୬ କୋଟି ୭୯ ଲକ୍ଷ ୮୩ ହଜାର ୨୭୦ ହୋଇଛି।

Leave a comment