କଟକରୁ ଚିହ୍ନଟ ହେଲେ ୬ଷ୍ଠ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର କଟକରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଗତକାଲି ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ତାହା ଆଜି ପଜିଟିଭ ଆସିଛି। ଏହାପରେ ସମ୍ପୂର୍ଣ୍ଣ ସହରକୁ ଲକଡାଉନକୁ କଡାକଡି ଭାବେ ଲାଗୁ କରାଯାଇଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେ ନିକଟରେ ଦିଲ୍ଲୀରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ୬ଷ୍ଠ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ତଦନ୍ତ ଚାଲୁରଖିଛି ସ୍ୱାସ୍ଥ୍ୟ ବିଭାଗ ।

Leave a comment