ସୁରତରୁ ବାହାରିଲା ଆଉ ୬୬ଟି ବସ୍ : ଫେରୁଛନ୍ତି ୪ହଜାର ପ୍ରବାସୀ ଓଡିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ସୁରତରୁ ଓଡ଼ିଶା ଅଭିମୁଖେ  ଆଉ ୬୬ଟି ବସ୍ ବାହାରିଛି।  ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଆ ଫେରୁଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଆମାନେ ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ । ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ ସାନିଟାଇଜ୍ କରିବା ପରେ ଓଡ଼ିଶା ଅଭିମୁଖେ ଛାଡ଼ିଛି । ସୁରତ ସହରର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି ।

Leave a comment