ରାଜ୍ୟରେ ୬୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ପଜିଟିଭଙ୍କ ସଂଖ୍ୟା ୧୪୮୯୮କୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୬୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ ୨୦୭ ଟି ଲୋକାଲ କେସ
ରହିଛି।


ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୬ ଜଣ, ଖୋର୍ଦ୍ଧାରୁ ୧୦୭ ଜଣ,ଅନୁଗୁଳ ଜିଲ୍ଲାରୁ ୧୪ ଜଣ, ବାଲେଶ୍ୱରରୁ ୬୧ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୧୬ ଜଣ, ଢେଙ୍କାନାଳରୁ ୨ ଜଣ, ଜଗତସିଂହପୁରରୁ ୨୬ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡାରୁ ୯ ଜଣ, କେଉଁଝରରୁ ୫ ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ୧୩ ଜଣ. ମୟୁରଭଞ୍ଜରୁ ୨୧ ଜଣ, ନୟାଗଡ଼ରୁ ୧୫ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ବୋଲି ଜଣାପଡିଛି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୪୮୯୮ ରେ ପହଂଚିଥିବାବେଳେ ୯୮୬୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୪୯୩୩ ଟି ସକ୍ରିୟ ମାମଲା ରହିଛି ।

Leave a comment