ରତ୍ନାକର ସେଠୀଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସିଏସଓ ରତ୍ନାକର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ରତ୍ନାକରଙ୍କ ମୋଟ୍ ୬ କୋଟି ୪୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ରତ୍ନାକର ଓ ସ୍ତ୍ରୀ ଭାଗ୍ୟଲତା ସେଠୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଭାଗ୍ୟଲତା ସେଠୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ ଜାରି ହେବା ପରେ ଯଦି ପ୍ରମାଣ ମିଳେ ତାହାଲେ ତାଙ୍କୁ ଗିରଫ କରାଯିବ ବୋଲି ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର କହିଛନ୍ତି । କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ନୂଆପଡାର ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ କଟକ ଓ ନୂଆପଡା ସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜରେ ଥିବା ୧୩ ହଜାର ସ୍କୋୟାରଫୁଟରେ ତିଆରି ହୋଇଥିବା ୩ ମହଲା କୋଠା, ବାଲିସାହି ଅଂଚଳରେ ଏକ ୨ ମହଲା କୋଠା ଏବଂ ମଧୁପାଟଣା ବାଲିସାହି ଅଂଚଳରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣ ମଣ୍ଡପ ତାଙ୍କ ନାଁରେ ଥିବା ଜଣାପଡିଥିଲା । ଏହାସହ ଚୌଦ୍ବାର ଓରନ୍ଦାରେ ପାରେଚୀ ସହିତ ଏକ ୩ ଏକର ଜମି ଓ ଘର ଠାବ କରିଥିଲା ଭିଜିଲାନ୍ସ । ରତ୍ନାକର ୧ କୋଟି ୧୩ ଲକ୍ଷ ଟଙ୍କାର ଜୀବନବୀମା ପ୍ରିମିୟମ ଦେଇଥିବା ଜଣାପଡିଛି । ପ୍ରାୟ ଅଧ କେଜି ସୁନା ଗହଣା ଏବଂ ଅଢେଇ କେଜି ପାଖାପାଖି ରୂପା ଗହଣା ସହ ଘରେ ଥିବା ମୂଲ୍ୟବାନ କାଠ ତିଆରି ଗଣେଶଙ୍କ ମୂର୍ତ୍ତି ମଧ୍ୟ ଜବତ ହୋଇଛି ।

Leave a comment