କ୍ୟାପିଟାଲ୍‌ ଥାନାର ୬ ପୋଲିସ କରୋନା ସଂକ୍ରମିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ୍‌ ଥାନାର ପୁଣି ୬ ଜଣ ପୁଲିସ କରୋନା ଆକ୍ରାନ୍ତ ହୋଇଛ । ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ଦିନ ପୂର୍ବରୁ କ୍ୟାପିଟାଲ ଥାନାରେ ଜଣେ କାର୍ଯ୍ୟରତ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସୂଚନା ଅନୁଯାୟୀ, ୩ଦିନ ପୂର୍ବରୁ କ୍ୟାପିଟାଲ ଥାନାରେ ଜଣେ କାର୍ଯ୍ୟରତ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା । ସେଥିରୁ ୬ଜଣଙ୍କ ପଜିଟିଭ ଆସିଛି । ଏହି ୬ ଜଣ କର୍ମଚାରୀ ସେମାନଙ୍କ ପରିବାର ସହ ରହୁଥିଲେ । ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ସେହିପରି କମିଶରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସ୍‌ରଙ୍କ ପିଏ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

Leave a comment