ଭିନିଲ୍ କ୍ରିଷ୍ଣା ହେବେ ପରବର୍ତ୍ତୀ 5-ଟି ସଚିବ ଦେଖନ୍ତୁ ଭିଡ଼ିଓ

0

ଭିନିଲ୍ କ୍ରିଷ୍ଣା ହେବେ ପରବର୍ତ୍ତୀ 5-ଟି ସଚିବ, ଏନେଇ ପା୍ୱାର କରିଡର ଚର୍ଚ୍ଚା, ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଏକାଧିକ ଦାବିଦାର

ହେଲେ ଭିନିଲ୍ କ୍ରିଷ୍ଣା ନା ସବୁଠୁ ଆଗରେ, ଭିନିଲ୍ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ଚଏସ, ନବୀନ ନିବାସ ରେ ଏନେଇ ହୋଇଥିଲା ବୈଠକ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ହଠାତ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ସମସ୍ତଙ୍କୁ ଚକିତ କରିଥିଲେ । ଏହାପରେ ତାଙ୍କୁ କେବିନେଟ ପାହ୍ୟା ୫-ଟି ଅଧ୍ୟକ୍ଷ ପଦ ପ୍ରଦାନ କରାଗଲା । ବର୍ତ୍ତମାନ କିଏ ୫-ଟି ସଚିବ ପଦ ପାଇଁ ଯୋଗ୍ୟ ହେବ ତାକୁ ନେଇ ନବୀନ ନିବାସ ରେ ବୈଠକ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦଵୀ ପାଇଁ ଅନେକ ଦାବିଦାର ଅଛନ୍ତି । ଏହି ଦାବିଦାର ଙ୍କ ମଧ୍ୟରେ ଭିନିଲ୍ କ୍ରିଷ୍ଣାଙ୍କ ନାଁ ପ୍ରଥମରେ ଥିବା ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ଙ୍କ ମଧ୍ୟ ସେ ପ୍ରଥମ ଚଏସ । ଏପରିକି ବର୍ତ୍ତମାନ ପାଇଁ ଏହି ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯିବା ନେଇ ଥାର୍ଡ ଫ୍ଲୋର ରେ ଟୁପୁରୁ ଟାପର ହେଉଛନ୍ତି ।

Leave a comment