ଅନେକ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ହେଲା ମତଦାନ ସାବ୍ୟସ୍ତ

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ୨୫ ଟି ଜିଲ୍ଲାରେ ସକାଳ ୭ ଟାରୁ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟର ସୂତ୍ରରୁ ପ୍ରକଶ ଯେ ୪୮ ଟି ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମୋଟ ୪୧,୮୮,୩୮୨ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୧୩୧ ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ୯୭୫ ଗ୍ରାମ ପଞ୍ଚାୟତରେ ସମୁଦାୟ ୧୩,୫୧୪ ବୁଥରେ ଏହି ମତଦାନ ଅନୁଷ୍ଠିତ ହେଉଛି |

ମତଦାନର ଅନ୍ତିମ ପର୍ଯ୍ୟାୟରେ ଜିଲା ପରିଷଦ ପଦବୀ ପାଇଁ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କାରୁଛନ୍ତି ।ଅନ୍ତିମ ପର୍ଯ୍ୟାୟର ମତଦାନ ପାଇଁ ସବୁଠାରୁ ସମ୍ବେଦନଶୀଳ ରହିଛି ଚିତ୍ରକୋଣ୍ଡା ବ୍ଲକର ପୂର୍ବବର୍ତ୍ତୀ କଟଅପ୍ ଅଞ୍ଚଳ ବା ସ୍ୱାଭିମାନ ଆଞ୍ଚଲର ଲୋକମାନେ ମାଓବାଦୀ ସଂକ୍ରମିତ ମାଲକାନଗିରି ଜିଲ୍ଲାର ୧୫ ବର୍ଷ ବ୍ୟବଧାନ ପରେ ଚଳିତ ଵର୍ଷ ସେମାନେ ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି |

ଯୋଡାମ୍ବା, ପାନାସପୁଟ, ଆଣ୍ଡାରାପାଲି,ଜନ୍ତ୍ରି,ରାଲେଗଡ ଏବଂ ଗାଜଲମାମୁଡି ଗାଁର ଗ୍ରାମବାସୀ ଦୁଇଟି ଜିଲ୍ଲା ପରିଷଦ (ଜେପି),୧୮ସରପଞ୍ଚ ଏବଂ ୨୦୦ ୱାର୍ଡ ମେମ୍ବର ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଭୋଟ୍ ଦେବେ।
ଆଜି ଚିତ୍ରାକୋଣ୍ଡାର ୨୨୨ ମତଦାନ କେନ୍ଦ୍ରରେ ୪୧,୫୮୨ ଭୋଟର ସେମାନ ନିଜର ମତଦାନ ସାବ୍ୟସ୍ତ କରିବେ |

ସ୍ୱାଭିମାନ ଅଞ୍ଚଳର ଗ୍ରାମବାସୀମାନେ ଶେଷ ଥର ପାଇଁ ୨୦୦୭ ରେ ମତଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ। ପୂର୍ବ ବର୍ଷଗୁଡିକରେ ମାଓବାଦୀ ବିପଦ କାରଣରୁ ଏହି ଅଞ୍ଚଳରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଫେବୃଆରୀ ୨୩ ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନର ଏ.ପି ପାଡିଙ୍କ ସହ ଏକ ବୈଠକ ପରେ ଓଡିଶା ଡିଜିପି ସୁନୀଲ ବନସଲ ଏହି ସୂଚନା ଦେଇଛନ୍ତି ଯେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସ୍ୱାଭିମାନ ଆଞ୍ଚଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ବାଲାଟ ବକ୍ସ ଏବଂ ବାଲାଟ ପେପରକୁ ସୁରକ୍ଷା ଯୋଗାଇବ।

Leave a comment