କେନ୍ଦୁଝର ସ୍ୱତନ୍ତ୍ର କୋବିଡ଼ 19 ଡାକ୍ତରଖାନା ପରିଦର୍ଶନ କଲେ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ ଏନ ଏସ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରାଙ୍କି ଠାରେ ପ୍ରସ୍ତୁତ ସ୍ୱତନ୍ତ୍ର କୋବିଡ଼ 19 ଡାକ୍ତରଖାନା ଆଜି 5ଟି ସଚିବ ଭି କେ ପଣ୍ଡିଆନ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପରିଦର୍ଶନ କରିଥିଲେ । ସଚିବ ମାନେ ଏକ ହେଲିକ୍ୟାପ୍ଟର ଯୋଗେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ବିମାନ ଘାଟିରେ ଅବତରଣ କରିବା ପରେ କାର ଯୋଗେ ଟାଉନ ଥାନା ଅନ୍ତର୍ଗତ ରାଙ୍କି ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଅନ୍ୱେଷ ହଷ୍ଟେଲ ରେ ନିର୍ମିତ ସ୍ୱତନ୍ତ୍ର କୋବିଡ଼ ଡାକ୍ତରଖାନ ବୁଲି ଦେଖିଥିଲେ ।
କିଛିଦିନ ପୂର୍ବରୁ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ପ୍ରା ଲିଃ କର୍ତ୍ତୃପକ୍ଷ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼ 19 ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାଖରିତ ହୋଇଥିଲା । ଏହି ଡାକ୍ତରଖାନା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ଅର୍ଥ ପ୍ରଦାନ କରାଜିବ ବୋଲି ସୂଚନା ମିଳିଛି । ଏହି ଡାକ୍ତରଖାନାରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସହିତ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ହେଉଥିବା ଜଣାପଡିଛି ।
ଜିଲ୍ଲାର ଏବେ ପର୍ଯ୍ୟନ୍ତ କରୋନା ପୋଜିଟିଭ ଚିହ୍ନଟ ହୋଇ ନଥିଲେ ମଧ୍ୟ ସମ୍ଭାବ୍ୟ କରୋନା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସଚିବ ମାନଙ୍କର ଗସ୍ତ ଅବସରରେ ଡାକ୍ତରଖାନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା,ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତି ଉପାରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହ ଆଇସିୟୁ ର ସମୀକ୍ଷା କରି କୋଭିଡ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ଦେଖି ସନ୍ତୋଷ ପ୍ରକଟ କରିଥିଲେ ।
ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଶୋକ ଦାଶ,ଚୁକ୍ତି ସ୍ୱାଖର କରିଥିବା ଡାକ୍ତଖାନା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।