5T ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ,ଅଧ୍ୟlପକଙ୍କୁ କଲେଜରେ 7 ଘଣ୍ଟା ରହିବାକୁ ବାଧ୍ୟ
ଉଚ୍ଚଶିକ୍ଷା ବିଭାଗ ଏବେ 5-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ 17 ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଆକ୍ସନ ପ୍ଲାନରେ ସ୍କଲାରସିପ୍ କାଉନ୍ସିଲ ଗଠନ ପାଇଁ ଉଲ୍ଲେଖ ରହିଛି। ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ 7 ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ 75% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ବ୍ଲକ ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ଲାପ୍ଟପ୍ ବଣ୍ଟନ କରାଯିବ।
ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି ରହିବ ବୋଲି ଜଣାପଡ଼ିଛି। ଅଧ୍ୟପକ ଏବେ ଠିକ ସମୟରେ ଆସି 7 ଘଣ୍ଟା ପାଠପଢାଇବାକୁ ହେବ । ବହୁ ଅଧ୍ୟାପକ ପ୍ରାଇଭେଟ ଟ୍ୟୁସନ କରିବା ପାଇଁ କଲେଜ ଆସି କେବଳ ଉପସ୍ଥାନ ପକାଇ ପାଳଇଯାଉଥିବା ବହୁ ଅଭିଯୋଗ ଆସିବା ପରେ ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏବେ ଅଧ୍ୟପକଙ୍କୁ କଲେଜରେ 7 ଘଣ୍ଟା ରହିବାକୁ ବାଧ୍ୟ ।